Nation

 

ଜମ୍ମୁ-କଶ୍ମୀରର ପୁଲୱାମାରେ ସହିଦ ଯବାନ ମାନଙ୍କ ପାଇଁଁ ଉତ୍କଳ ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥି ସହିତ ଉତ୍କଳ ପାରାଦୀପ ସହିତ ପାରାଦୀପ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇ ସହିଦଙ୍କ ସ୍ମୃତି ଚାରଣ କରିଥିଲେ। ଏନେଇ ଆଜି ସନ୍ଧ୍ୟାରେ ପାରାଦୀପ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମିଳିତ ସଦସ୍ୟ ଏକଜୁଟ ହୋଇ ସହିଦ ମାନଙ୍କ ଆତ୍ମାର ସଦ୍‌ଗତି କାମନା ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରି ଅମର ଆତ୍ମା ର ସଦଗତି ନିମନ୍ତେ ସମୁହ ଦୀପଦାନ କରିଥିଲେ । ଏଥି ସହିତ ଏହି ଘଟଣାରେ ଆହତ ଯବାନମାନଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରି ଜଗନ୍ନାଥଙ୍କ ନିକଟରେ କରୁଣ ବିନତି ଜଣାଇବା ସହ ସମୁହ ପ୍ରାର୍ଥନା 🙏🏻 ମଧ୍ୟ କରିଛନ୍ତି। ତେବେ ଆତଙ୍କବାଦୀ ସଂଗଠନ ଯେପରି ଆମର ନିରିହ ଜବାନ୍ ମାନଙ୍କୁ ଅମାନୁଷିକ ଭାବରେ ହତ୍ୟା କରିଛନ୍ତି ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବାକୁ ଦେଶର ସହସ୍ରାଧୀକ ସଂଗଠନ ଦାବି ଜଣାଇଛନ୍ତି ଏଥିପାଇଁ ଯେକୋୖଣସି ପରିସ୍ଥିତି ଉପୁଜିଲେ ସେଥିପ୍ରତି ସମସ୍ତଙ୍କ ସମର୍ଥନ ମିଳିବ ବୋଲି ସାଧାରଣରେ ଏକ ସଚେତନତା ବାର୍ତ୍ତା ପ୍ରଚାର କରିବାର ଆବଶ୍ୟକତା ରହିଛି। ତେବେ ବର୍ତ୍ତମାନ ର ବିଜେପି ସରକାର ଏଥିପ୍ରତି ଗୁରୁତ୍ବ ଦେଇ ସର୍ବଦଳୀୟ ବୈଠକ ଡକାଇ ତୁରନ୍ତ ପଦକ୍ଷେପ ନେବାକୁ ଦେଶବାସୀ ନିବେଦନ କରିଛନ୍ତି।