କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର: କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଏନେଇ ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ କର୍ମୀଙ୍କ ଦୁର୍ବ୍ୟବହାର ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି।ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ପୂଜାହାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଘଟଣାକୁ ନେଇ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା। ତେବେ ତାଙ୍କୁ ଅପମାନିତ କରାଯାଇଥିବା ଏବଂ ତାଙ୍କର ଜଣେ ସମର୍ଥକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ପୂଜାହାରୀ।

Leave a Reply

Your email address will not be published. Required fields are marked *