ବିଧାନସଭାରେ ମନ୍ତ୍ରୀ ମାନିଲେ- ପୁରୀକୁ ବିଜୁଳି ପୁନଃ ସଂଯୋଗ ଅସମ୍ପୂର୍ଣ୍ଣ

assembly

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାତ୍ୟା ପରେ ନୂତନ ଭାବେ ପୋତା ଯାଇଥିବା ଇଲେକ୍ଟ୍ରିକ୍‌ ପୋଲ୍‌ରେ କଂକ୍ରିଟ୍‌ ଢଳେଇ ଦିଆ ଯାଇ ନଥିବାରୁ କେବେ ଢଳେଇ ଦିଆଯିବ ଏବଂ ବିଦ୍ୟୁତ୍‌ ସରବରାହ କେବେ ଠିକ୍ ହେବେ ସେନେଇ ବିଧାୟକ ପ୍ରଦୀପ ମହାରଥୀ ଜାଣିବାକୁ ଚାହିଁଥିଲେ। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅନୁପସ୍ଥିତିରେ ଗୃହରେ ଉତ୍ତର ରଖି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମାନିଥିଲେ ଯେ, ‘ଫୋନି’ ପ୍ରଭାବିତ ପୁରୀକୁ ବିଜୁଳି ପୁନଃ ସଂଯୋଗ ଅସମ୍ପୂର୍ଣ୍ଣ ରହିଛି। ‘ଫୋନି’ରେ ୧ ଲକ୍ଷ ୮୪ ହଜାର ୮୬୨ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। କେତେ ଉପଭୋକ୍ତାଙ୍କୁ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇଛି ମନ୍ତ୍ରୀ ଏହାର ଉତ୍ତର ଦେଇ ନ ପାରି ରଥ ପୂର୍ବରୁ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦିଆଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *