ବିଶ୍ୱକପ୍ ଟକ୍କର । ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା : ସାଉଥହମ୍ପଟନରେ ଖେଳାଯିବ ମ୍ୟାଚ

ଆଜି ଭାରତ- ଆଫଗାନିସ୍ତାନ ମୁକାବିଲା । ସାଉଥଟମ୍ପନରେ ଖେଳାଯିବ ଏହି ମ୍ୟାଚ । ବିଜୟର ଧାରାକୁ ବଜାୟ ରଖିବା ଲକ୍ଷ୍ୟ ପଡିଆକୁ ଓହ୍ଲାଇବ ଧୋନି ବାହିନୀ । ବିଶ୍ୱକପ ଅଭିଯାନର ପଂଚମ ମ୍ୟାଚରେ ଭାରତ ଅନଭିଜ୍ଞ ଆଫଗାନିସ୍ତାନକୁ ଭେଟିବ । ଚମକ୍ରାର ଫର୍ମରେ ଥିବା ଟିମ୍ ଇଣ୍ଡିଆ ଏଥିରୁ ପୁରା ୨ ପଏଂଟ ଅର୍ଜନ କରବା ଆଶାରେ ରହିବ । ତେବେ ଗତକାଲି ଅଭ୍ୟାସ ବେଳେ ବର୍ଷା ହୋଇଥିବାରୁ ଆଜିର ମ୍ୟାଚ ମଧ୍ୟ ବର୍ଷାବାଧିତ ହେବାର ଆଶଙ୍କା ରହିଛି ।

Image result for ind vs afghanistan

ପଡିଆ ଭିତରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଆଫଗାନିସ୍ତାନ ଭାରତକୁ କଡା ଟକ୍କର ଦେବାକୁ ଉଦ୍ୟମ କରିବ । ଆଜିର ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ସାମି ଖେଳିବେ । ସେହିପରି ଆହତ ହୋଇଥିବା ବିଜୟ ଶଙ୍କର ମ୍ୟାଚ ନ ଖେଳିଲେ ରିଷଭ ପନ୍ଥଙ୍କୁ ସୁଯୋଗ ମିଳିପାରେ । ବିଶ୍ୱକପର ଅନ୍ୟ ଏକ ମ୍ୟାଚରେ ଆଜି ୱେଷ୍ଟଇଣ୍ଡିଜ ଓ ଅନ୍ୟତମ ଅପରାଜୟ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ ।

Leave a Reply

Your email address will not be published. Required fields are marked *